ଉର୍ଦୁ ଦିବସ ଅବସରରେ ପୁସ୍ତକ ଉନ୍ମୋଚନ ଓ ଜଜବା ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପବିତ୍ର ଉଦ୍ଧୃଦିବସ ଅବସରରେ କଟକ ବକ୍ସିବଜାର ସ୍ଥିତ ପାନ୍ଥ ନିବାସ ସଭାଗୃହ ପରିସରରେ ସୌକଦରଶିଦ୍‌ଙ୍କ ଅଧ୍ୟକ୍ଷତାରେ ସୟଦ ନଫିସ ଦସନଭିଙ୍କ ରଚିତ ପୁସ୍ତକ ଉନ୍ମୋଚନ ହେବ ସହ ଜଜବା ଟ୍ରଷ୍ଟର ଦୁଇ ବର୍ଷର ସଫଳତାର କାର୍ଯ୍ୟକ୍ରମ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ମୁସାଏରା ଓ କବି ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାବେ ଜଜ୍‌ବା ଟ୍ରଷ୍ଟର ଅଧ୍ୟକ୍ଷ ସଫଦର ହାଶିମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅନୁଷ୍ଠାନ ପଖ୍ୟରୁ କରା ଯାଇଥିବା କାର୍ଯ୍ୟ ବିଷୟରେ କହିବା ସହ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଅସହାୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ।

ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ମିରା ବେଉରା, ସମ୍ମାନିତ ଅତିଥି ଭାବେ ‘ପଲ୍ଲୀଠାରୁ ଦିଲ୍ଲୀ’ର ସମ୍ପାଦକ ଉମାଶଙ୍କର ସାହୁ, ଆଡ଼ଭୋକେଟ୍
ତାପସ ଦ୍ଵିବେଦୀ ଏବଂ ଶିକ୍ଷାବିତ ଡକ୍ଟର କଲିମୁଲ୍ଲା ପ୍ରମୁଖ ଯୋଗଦେଇ ଜଜବା ହାଶିମ ଅବଦୁଲ୍ଲା ଟ୍ରଷ୍ଟ କିପରି ବନ୍ୟା, ଫାଇଲିନ୍, କୋଭିଡ଼ ସମୟରେ ଗରିବ ଲୋକ, କଳାକାର, ଦିବ୍ୟାଙ୍ଗ, ଗଣମାଧ୍ୟମ ପ୍ରତିନିଧୂମାନଙ୍କୁ ଜାତିଧର୍ମ ଉର୍ଦ୍ଧ୍ବରେ ରହି ସହାୟତାର ହାତ ବଢ଼ାଇଛି ବୋଲି ମତବ୍ୟକ୍ତ କରିଥିଲେ ।