ଜିଲ୍ଲା ସଂସ୍କୃତି ଭବନରେ ମାଣ୍ତିଆ ଦିବସ ପାଳିତ

କେନ୍ଦୁଝର: ଜିଲ୍ଲା ସଂସ୍କୃତି ଭବନରେ ମାଣ୍ତିଆ ଦିବସ ପାଳିତ । କେନ୍ଦୁଝର ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ଜିଲ୍ଲା ସଂସ୍କୃତି ଭବନ ଠାରେ ମାଣ୍ତିଆ ଦିବସ ପାଳିତ ହୋଇଯାଇଛି।ଅତ୍ୟନ୍ତ ପୁଷ୍ଟିକର ମାଣ୍ତିଆ ଜାତୀୟ ଖାଦ୍ୟର ଅଧିକ ପ୍ରଚାର ପ୍ରସାର ସହିତ ବହୁଳ ବ୍ୟବହାର ସଂମ୍ପର୍କରେ ଜନସଚେତନା ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାର ମାର୍ଗଶିର ମାସ ର ପ୍ରଥମ ଗୁରୁବାର କୁ ମାଣ୍ତିଆ ଦିବସ ଭାବେ ପାଳନ କରିବା ପାଇଁ ଷୋଷଣା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଉଦବୋଧନ ଦେଇ ମାଣ୍ତିଆ ଜାତୀୟ ଖାଦ୍ୟ ଜନସାଧାରଣ ଙ୍କ ପାଇଁ ଏହା ଏକ ବରଦାନ ଏଥିରେ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଠାରୁ ଅଧିକ ପୃଷ୍ଟିସାର ବୋଲି କହିଥିଲେ।ଯାହାକି ସ୍ବାସ୍ଥ୍ୟ ପାଇଁ ଉପାଦେୟ ଗୁଣାତ୍ମକ ଗୁଣ ରହିଛି।ତେଣୁ ଜନସାଧାରଣ ଫାଷ୍ଟ ଫୁଡ,ଜଙ୍କଫୁଡରୁ ଦୂରେଇ ଆସି ମାଣ୍ତିଆ ଜାତୀୟ ଖାଦ୍ୟ କୁ ଆପଣାଇଲେ ସେମାନେ ଏହାର ଉପହାର ପାଇ ପାରିବେ।ପୁଣି ଅଧୁରା ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ପରିପ୍ରକ୍ଷୀରେ ମାଣ୍ତିଆ ଚାଷ ପରିବେଶ ପାଇଁ ଉପଯୋଗୀ ହୋଇଥିବାରୁ ରାଜ୍ୟସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ତିଆ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।ଯାହାଫଳରେ ମାଣ୍ତିଆ ଚାଷୀମାନେ ଉପକୃତ ହୋଇପାରିଛନ୍ତି।

ତେବେ ବର୍ତ୍ତମାନ ଗାଁରୁ ସହର ସବୁଠି ମାଣ୍ତିଆ ଜାତୀୟ ଖାଦ୍ୟ ଆଦର ଲାଭ କରିବାରେ ଲାଗିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବିଲୁଙ୍ଗ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ବିଜୟ କୁମାର ସ୍ବାଇଁ ଉପ ନିର୍ଦେଶକ ଉଦ୍ୟାନ ଡା: ଜୟନ୍ତ କୁମାର ନାୟକ ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ କୁମାର ମଲ୍ଲିକ,ସହକାରୀ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୁଣାକାର ଦାସ,କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡା: ନରମ ରାମୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବ୍ୟକ୍ତବ୍ୟ ପ୍ରଦାନ କରି ମାଣ୍ତିଆ ଦିବସ ପାଳନର ଉଦେଶ୍ୟ ଓ ଆଭିମୁଖ୍ୟ ସଂମ୍ପର୍କରେ ଆଲୋକପାତ କରିବା ସହ ପ୍ରତ୍ୟେକ ବ୍ୟକ୍ତି ନିଜ ଖାଦ୍ୟ ଥାଳିରେ ମାଣ୍ତିଆ ଜାତୀୟ ଖାଦ୍ୟକୁ ସ୍ଥାନ ଦେବା ପାଇଁ ଆହ୍ବାନ ଦେଇଥିଲେ।ଏହି ଅବସର ରେ ଏସ୍.ଏଚ୍.ଜି ମାନଙ୍କ ଦ୍ବାରା ଖାଦ୍ୟମେଳା ଆୟୋଜନ କରାଯାଇଥିଲା ଓ ଶ୍ରେଷ୍ଠଷ୍ଟଲ କୁ ପୁରସ୍କୃତ କରାଯାଇଥିଲା।ଏଥିସହ ୭ଜଣ ମାଣ୍ତିଆ ଚାଷୀଙ୍କୁ ପୁରସ୍କୃତ କରାଯାଇଛି।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜ