ଭୁବନେଶ୍ୱରରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ୬୧ତମ ବାର୍ଷିକ ଉତ୍ସବ

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଏନସିଇଆରଟିର ଏକ ପ୍ରମୁଖ ପ୍ରତିଷ୍ଠାନ ଭାବେ ଶିକ୍ଷକ ପ୍ରଶିକ୍ଷଣ ଓ ପ୍ରସ୍ତୁତିରେ ନିରବଛିନ୍ନ ଭାବେ କାର୍ଯ୍ୟରତ  ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆସନ୍ତାକାଲି ୬୧ତମ   ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି । ଶିକ୍ଷକ ଶିକ୍ଷା ମାଧ୍ୟମରେ ଶିକ୍ଷାର ଗୁଣାତ୍ମକ ବିକାଶରେ ସମର୍ପିତ ଏହି ପ୍ରତିଷ୍ଠାନ ସମଗ୍ର ଭାରତବର୍ଷରେ ପୂର୍ବ ଏବଂ ବିଶେଷକରି ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ନିଜର ସ୍ୱାତନ୍ତ୍ର୍ୟ ପାଇଁ ପ୍ରତିଷ୍ଠିତ ।

୬୧ ବର୍ଷପୂର୍ତ୍ତି ଅବସରରେ ପ୍ରତିଷ୍ଠାନର ନୂଆ ପ୍ରେକ୍ଷାଳୟରେ ହେବାକୁ ଥିବା ଭବ୍ୟ ଉତ୍ସବରେ ଓଡିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମହାମହିମ ରାଜ୍ୟପାଳଙ୍କ ଗରିମାମୟ ଉପସ୍ଥିତିରେ ପ୍ରତିଷ୍ଠାନର ବିଦ୍ୟାର୍ଥୀଗଣ ବିଭିନ୍ନ  ଶୈକ୍ଷିକ, ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମରେ ନିଜ ନିଜର କୃତିତ୍ୱ ପ୍ରଦର୍ଶନ ପାଇଁ ପ୍ରମାଣପତ୍ର ଓ ପୁରସ୍କାର ଏହି ଉତ୍ସବରେ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସହ ଭାରତର ଭିଭିନ୍ନ ଅଞ୍ଚଳର ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯିବ ।

ଜାତୀୟ ଶିକ୍ଷାନୀତି ୨୦୨୦ କୁ କାର୍ଯ୍ୟକ୍ଷଣ କରିବା ସହ ଶିକ୍ଷାସହ ଜଡିତ ଗୁଣାତ୍ମକ ଜ୍ଞାନକୌଶଳର ଉପଯୋଗ କରିଆସିଥିବା ପ୍ରତିଷ୍ଠାନ  ବିଭିନ୍ନତାରେ ଏକତାର ପ୍ରମାଣସହ ଭାରତବର୍ଷର ଗୌରବମୟ ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିଆସିଛି ।  ପ୍ରତିଷ୍ଠାନର  ୬୧ ତମ ବାର୍ଷିକ ଉତ୍ସବରେ ଅଧ୍ୟାପକ, ଅଧ୍ୟାପିକା , ଵିଧ୍ୟାର୍ଥୀ ,ଅଭିଭାବକ, ପୁରାତନ ଛାତ୍ର ଛାତ୍ରୀ ଓ ଶୁଭେଛୁବୃନ୍ଦ ଯୋଗଦେଇ ଏହାର ସଫଳତାର ଜୟଯାତ୍ରାରେ ଉତ୍ସାହିତ କରିବାକୁ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏକ ପ୍ରେସ ବିଜ୍ଞପ୍ତିରେ ନିବେଦନ କରିଛନ୍ତି