ଶକ୍ତି ବିଭାଗର ଓଇଆରସିକୁ ଅନୁରୋଧ: ବିଦ୍ୟୁତ୍ ଦର ବୃଦ୍ଧି ନହେଉ By Shaksi News On Feb 20, 2022 0 ଭୁବନେଶ୍ୱର : ରାଜ୍ୟରେ ୨୦୨୨-୨୩ ଅର୍ଥିକ ବର୍ଷ ପାଇଁ ବିଜୁଳି ଦର ବୃଦ୍ଧି ନକରିବାକୁ ଶକ୍ତି ବିଭାଗ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)କୁ ଅନୁରୋଧ କରିଛନ୍ତି। ଆଜି ଓଇଆରସି ପକ୍ଷରୁ ଗ୍ରିଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆରଆର) ସଂପର୍କରେ ଶୁଣାଣି ବେଳେ ଶକ୍ତି ବିଭାଗ ଏହି ଅନୁରୋଧ କରିଛି। ଆହୁରି ପଢ଼ନ୍ତୁ... ଜାତିର ପିତା “ମହାତ୍ମା… Oct 2, 2026 ସୁଟିଂ ସେଟ୍କୁ ଅଟୋରିକ୍ସାରେ… Oct 2, 2026 ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ… Oct 2, 2026 ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ… Oct 2, 2026 ଗ୍ରିଡକୋ ଚେୟାରମ୍ୟାନ୍ ନିକୁଞ୍ଜ ଧଳ ରାଷ୍ଟ୍ରାୟତ୍ତ ନିଗମର ସମସ୍ତ କର୍ମଚାରୀଙ୍କୁ ଏହାକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବା ତଥା ସୁଲଭ ମୂଲ୍ୟରେ ଓଡିଶା ପାଇଁ ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଅଭିନବ ସମାଧାନର ଅନୁସନ୍ଧାନ କରିବାକୁ ନିବେଦନ କରିଛନ୍ତି। ଶକ୍ତି ବିଭାଗ କହିଛି ଯେ ବଳକା ରାଜସ୍ୱକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବୃଦ୍ଧି ନକରାଯାଉ, ଯାହା ଫଳରେ ଗ୍ରାହକ ମାନେ ଏହାର ସୁବିଧା ପାଇ ପାରିବେ। ବଳକା ରାଜସ୍ୱକୁ ବିଚାରକୁ ନେଇ ନୂଆ ଆର୍ଥିକ ବର୍ଷରେ ବିଜୁଳି ଦର ନ ବଢାଇବାକୁ ବିଭାଗ ତରଫରୁ ଓଇଆରସିକୁ ଅନୁରୋଧ କରାଯାଇଥିବା ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Continue Reading breaking newselectricenergy department of odishaodisha energy departmentshaksinewsshaksinews.com 0 Share