ରାଜନୀତିରେ ବଳି ପଡୁଛି ନଦୀଜଳ ପ୍ରକଳ୍ପ

ଖୋର୍ଦ୍ଧା: ଚାଷୀଙ୍କୁ କାଳିଆ ଟଙ୍କା ଦେଇ ଚାଷଜମିକୁ ଶୁଖିଲା ପକାଇବା ‘ନବୀନ ଓଡ଼ିଶା’ର ଭୋଟ ରାଜନୀତି ଭିତରୁ ଗୋଟିଏ ସଫଳ ସୋପାନ । ମଲାଗୁଣି ନଦୀ ପ୍ରତି ସରକାରଙ୍କ ଦୃଷ୍ଟି ପଡୁନି ।

ନଦୀରେ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ନାଁ ଧରୁନାହାନ୍ତି ନବୀନ ସରକାର । ରାମେଶ୍ୱର ଡ୍ୟାମ ଶୁଖିଲା ପଡ଼ିଛି କାରଣ ଡ୍ୟାମର ଅଧାରୁ ଅଧିକ ସ୍ଲୁଇସଗେଟ୍‌ ନଷ୍ଟ ହୋଇଯାଇଛି । ତାର ପୁନରୁଦ୍ଧାର କଥା ସେଠାକାର ବିଧାୟକଙ୍କ ମୁଣ୍ଡରେ ପଶୁନି ।

ଡ୍ୟାମର ଭବିଷ୍ୟତ ସହିତ ଚାଷୀଙ୍କ ପରିବାର ଜଡ଼ିତ ରହିଛି ।ଆସନ୍ତା ମୌସୁମୀ ସମୟରେ ଡ୍ୟାମରେ ପାଣି ରହିବାର ଆଶଙ୍କା ସୃଷ୍ଟି ହୋଇଛି । ମଲାଗୁଣୀ ନଦୀର ପାଣି ଉପରେ ତିନୋଟି ନିର୍ବାଚନ ମଣ୍ଡଳୀର ଜୀବଜନ୍ତୁ ନିର୍ଭର କରୁଛନ୍ତି ।

ମଲାଗୁଣୀ ଜଳକୁ ସଠିକ ବିନିଯୋଗ କରିବାର ଶକ୍ତି ବିଜେଡି ସରକାରଙ୍କ ପାଖରେ ନାହିଁ । ଖୋର୍ଦ୍ଧା, ବେଗୁନିଆ ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଜନତାଙ୍କ ଜୀବନରେଖା ଭାବେ ପରିଚିତ ମଲାଗୁଣୀ ନଦୀକୁ ଉପେକ୍ଷା କରିବା -ଆଦୌ ଠିକ ହେବନି ।

ପ୍ରାୟ ଦୁଇ ହଜାର ହେକ୍ଟର ଚାଷଜମିକୁ ପାଣି ଯୋଗାଇବାର କ୍ଷମତା ମଲାଗୁଣୀ ସେଚ ପ୍ରକଳ୍ପ ନିକଟରେ ରହିଛି ।କିନ୍ତୁ ସେଥିରେ ଲଗା ଯାଇଥିବା ୯ଟି କବାଟ ଏବେ ନଷ୍ଟ ହୋଇଯାଇଛି । ନୂଆ କବାଟ ଲଗାଇବା ବିଷୟ କାହାରି ମୁଣ୍ଡରେ ପଶୁନି ।

ମୌସୁମୀ ପୂର୍ବରୁ ଡ୍ୟାମରେ ନୂଆ କବାଟ ଲଗାଇବା ଜରୁରୀ; ନଚେତ ବର୍ଷାଜଳକୁ ଅଟକାଇବା ଅସମ୍ଭବ ହୋଇପଡ଼ିବ । ଡ୍ୟାମର ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ଅନ୍ୟୁନ ୫ ମାସ ସମୟ ଦରକାର ।

ସଂକ୍ଷେପରେ କହିଲେ, ସରକାର ଏତିକି ବେଳୁ ପାଗ ଭିଡିବା ଜରୁରୀ । ତା’ ନହେଲେ ଚାଷୀଙ୍କ ଜମାଖାତାକୁ କାଳିଆ ଟଙ୍କା ପଠାଇ ବାହାଦୁରୀ ନେବା ନବୀନ ସରକାରଙ୍କ ଅଧୁରା ହୋଇ ରହିଯିବ ।