ମିଶନ ଶକ୍ତିର ମା’ମାନଙ୍କ କାନ୍ଧରେ ବସିଲାଣି ସ୍କୁଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗ୍ରହରୁ ମିଶନ ଶକ୍ତିର ମା’ମାନଙ୍କୁ ମିଳିଥିବା ଗୋଟିଏ ଗୋଟିଏ ସ୍କୁଟି ଏବେ ସେମାନଙ୍କ କାନ୍ଧରେ ବସିବାକୁ ଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଋଣ ସୂତ୍ରରେ ମିଳିଥିବା ସ୍କୁଟି ମାତ୍ର କିଛିଦିନ ପାଇଁ ମା’ମାନଙ୍କ ମନରେ ଖୁସି ଭରିଥିଲା । ଏବେ ସେହି ସ୍କୁଟି ମା’ମାନଙ୍କ ପାଇଁ ମୁଖ୍ୟ ଚିନ୍ତାର ବିଷୟ ପାଲଟିଛି ।

କଥା କ’ଣ ବୁଝିଲା ବେଳକୁ କୁମ୍ଭୀର ଯାଇ ମଝିନଈରେ ପହଂଚି ଗଲାଣି ।

ମିଶନ ଶକ୍ତି ପକ୍ଷରୁ ଇସି ମେମ୍ବରଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାଇ ଦିଆଯାଇଛି । ଖବରଟି ଇସି ମେମ୍ବରଙ୍କ କାନରେ ପଡ଼ିବା ପରେ ଚାପା ଆଲୋଚନା ଆରମ୍ଭ ହୋଇଯାଇଛି । ମିଶନ ଶକ୍ତିର ମା’ମାନେ ସ୍କୁଟି ଋଣ କିପରି ଶୁଝିବେ, ସେଇ ଚିନ୍ତାରେ ପଡ଼ି ଯାଇଛନ୍ତି ।

କନ୍ଧମାଳ ଜିଲ୍ଲା ମହିଳା ମହାସଂଘର ମା’ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସ୍କୁଟି ଋଣ ଶୁଝିବା ପର୍ଯ୍ୟନ୍ତ ଚାକିରିରେ ରଖିବାକୁ ଅନୁରୋଧ କରିଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ କାର୍ଯ୍ୟରତ ଇସି ମା’ମାନେ ସେମାନଙ୍କ ସହିତ ଏକଜୁଟ ହେବାର ଆଶଙ୍କା କରାଯାଉଛି ।

ନିର୍ବାଚନ ପୂର୍ବରୁ ମିଶନ ଶକ୍ତିର ଲାଲ ସଲାମକୁ ବିଜେଡି ସରକାର ମୁକାବିଲା କରିପାରିବ ବୋଲି ଆମର ଆଶା ।