ନିଶ୍ୱାର୍ଥ-ପର ସେବା 

ବ୍ରହ୍ମପୁର: ସେବା ହିଁ ପରମ ଧର୍ମ, ସେବା ହି କର୍ମ, ସେବା ହିଁ ଜୀବନ ମାର୍ଗରେ ପରିଚାଳିତ ହୋଇ, ନିସ୍ୱାର୍ଥ ପର ଭାବେ ବହୁ ଝଡଝଞ୍ଜା ସଂଗ୍ରାମ କରି ଦୀର୍ଘ ୪୦ ବର୍ଷ ହେଲା ବ୍ରହ୍ମପୁର ସହ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜ ସେବା, କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ, ବ୍ରହ୍ମପୁର ମହୋତ୍ସବ, ଜରା ନିବାସ, ବୃକ୍ଷ ରୋପଣ, ପୂଜ୍ୟ ପୂଜା, ପ୍ରତିଭା ସମ୍ମାନ, କର୍ମଶାଳା ଆୟୋଜନ, ତାଲିମ ପ୍ରଦାନ, ପରିବାର ସମସ୍ୟା ସମାଧାନ, ଶିକ୍ଷା ସାହିତ୍ୟ, ମାତୃଭାଷା, ମାଟି ଓ ମା କୁ ଭଲ ପାଇବା ପରି କାର୍ଯ୍ୟକ୍ରମ ହାତକୁ ନେଇ ମହାନ୍ ସଂଘ ର ପ୍ରତିଷ୍ଠାତା ଶ୍ରୀ ସୁଶାନ୍ତ କୁମାର ସାବତ ଏକ ଇତିହାସ ସୃଷ୍ଟି କରି ଅନ୍ୟ ଅନୁଷ୍ଠାନ ମାନଂକ ନିମନ୍ତେ ପଥ ପ୍ରଦର୍ଶକ ହୋଇପାରିଛନ୍ତି ବୋଲି ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ର ପୁର ଗ୍ରାମ ସ୍ଥିତ ବିଶ୍ବ ନିକେତନ ପରିସରରେ ସଂଘ ର ୪୦ତମ ବନ୍ଧୁ ମିଳନ ଅବସରରେ ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି।

ଆଈ ଏସ ଆର ଡି ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ, ବିଶିଷ୍ଟ ଗଣ ମାଧ୍ୟମ ବ୍ୟକ୍ତିତ୍ଵ ଶ୍ରୀ ହେମାଙ୍ଗ ରାଉଳ, ଶ୍ରୀ ଅଶୋକ ବ୍ରହ୍ମା, ଶ୍ରୀ ସମୀର ଆଚାର୍ଯ୍ୟ, ସମାଜସେବୀ ଶ୍ରୀ ଭୀଷ୍ମଚାର୍ଯ୍ୟ ଚଉଧୁରି, ଶ୍ରୀ ପ୍ରଭାକର ସାହୁ, ଶ୍ରୀ ବାସୁଦେବ ସାହୁକାର, ଶ୍ରୀମତୀ କିରଣବାଲା ମିଶ୍ର, ଡ ସୂଚନା ପାଢ଼ୀ, ଡ ସନ୍ଧ୍ୟା ରାଣୀ ପଟନାୟକ, ଶ୍ରୀ ବାଳକୃଷ୍ଣ ସାମନ୍ତରା, ଶ୍ରୀମତୀ ନଳିନୀ ସାହୁ,ୟୁ ଟିଭି ର ମୁଖ୍ୟ ସମ୍ପାଦକ ଶ୍ରୀ ଗୋପାଳ ପଟନାୟକ ପ୍ରମୁଖ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଶ୍ରୀମତୀ ବନ୍ଦିତା ତ୍ରିପାଠୀ, କର୍ଣଲ ଶ୍ରୀ ଅଶୋକ ତ୍ରିପାଠୀ, ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, ଶ୍ରୀ ଦିଲୀପ ମହାପାତ୍ର, ସସ୍ମିତା ସାହୁ, ଶ୍ରୀ ତ୍ରିନାଥ ନାୟକ, ସୁଭସ୍ମିତା ସାବତ, ଶ୍ରୀ ବୃନ୍ଦାବନ ବେହେରା ଙ୍କ ସମେତ ବହୁ ସଂଗଠନ ର ମୁଖ୍ୟ, ଗଣ ମାଧ୍ୟମ ବ୍ୟକ୍ତିତ୍ଵ , ବୁଦ୍ଧି ଯିବି, ଓ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ।

ସହ ସଂପାଦକ ଶ୍ରୀ ପ୍ରକାଶ ଭାଜନି ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ଶ୍ରୀ ସୂଦୀପ ସାହୁ ମଧୁର ସଙ୍ଗୀତ ପରିବେଷଣ କରିଥିଲେ।