ଆଜି ବିଜେଡିରେ ମିଶିବେ ବରିଷ୍ଠ ନେତା ପ୍ରଦୀପ ମାଝି

ଭୁବନେଶ୍ୱର: ଆଜି ବିଜେଡିରେ ଯୋଗଦେବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି । ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ନବରଙ୍ଗପୁର ସହର ସର୍କିଟ ହାଉସ ପଡ଼ିଆରେ ବିଜେଡି ପକ୍ଷରୁ ଏକ ମଂଚ ପ୍ରସ୍ତୁତ କରାଯାଇଛି । ଏହି ମିଶ୍ରଣ ପର୍ବରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲା ଅନ୍ୟ ବରିଷ୍ଠ ନେତାମାନେ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଦୀପ ତାଙ୍କ ସମର୍ଥକଙ୍କ ସହ ରାଲତ କରି ଆସିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।