ଆଜି ବିଜେପି ପକ୍ଷରୁ ୮ଘଣ୍ଟିଆ ଝାରସୁଗୁଡା ବନ୍ଦ

ଝାରସୁଗୁଡ଼ା: ମମିତା ମେହେର ହତ୍ୟାକାଣ୍ଡରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଏହି ମାମଲାକୁ ସିବିଆଇ ତଦନ୍ତ କରିବା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି । ଶନିବାର ସକାଳ ୬ଟାରୁ ଦିନ ୨ଟା ଯାଏ ଝାରସୁଗୁଡ଼ା ଜିଲ୍ଲାର ୩ ପୌରାଞ୍ଚଳ ଓ ୫ଟି ବ୍ଲକର ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ଶିଳ୍ପ ସଂସ୍ଥା ବନ୍ଦ କରାଯିବା ସହ ରାଜପଥ ଅବରୋଧ କରିବାକୁ ବିଜେପି ଘୋଷଣା କରିଛି । କେବଳ କ୍ଷୀର, ଔଷଧ ଓ ଖବରକାଗଜ ଗାଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି ।