ରାଜଧାନୀରେ ସେରୋ ସର୍ଭେ

ଭୁବନେଶ୍ୱର (ଏସ୍ ନ୍ଯୁଜ) : କରୋନା ସଂକ୍ରମିତ ଭାବେ ରାଜ୍ୟରେ ପ୍ରଥମ ସ୍ଥାନରେ ରହୁଥିବା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ହାର ଧିରେ ଧିରେ କମିବାରେ ଲାଗିଛି । ଏହାକୁ ନେଇ ଜିଲ୍ଲାବାସୀଙ୍କ ସମେତ ରାଜଧାନୀବାସୀ ମଧ୍ୟ ଆଶ୍ୱସ୍ତ ଅନୁଭବ କରୁଛନ୍ତି । ଅନ୍ୟପଟେ କରୋନା ସମୟରେ କେତେ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡି ଡେଭଲପ ହୋଇଛି , ତାହା ଅନୁଧ୍ୟାନ କରିବାକୁ ଆଜିଠୁ ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ସେରୋ ସର୍ଭେ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଆରଏମଆରସି ଓ ବିଏମସି ମିଳିତ ଭାବେ କରିବେ ଏହି ସର୍ଭେ । ଆଜିଠୁ ଆସନ୍ତା ୧୮ ତାରିଖ ଯାଏ ଚାଲିବ ଏହି ସର୍ଭେ । ରାଜଧାନୀ ଭୁବନେଶ୍ୱରର ୨୫ଟି ୱାର୍ଡରୁ ୧୫ଶହ ଲୋକଙ୍କର ସାମ୍ପଲ କଲେକସନ କରାଯିବ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ସ୍ଥାନରେ ସେରୋ ସର୍ଭେ କରାଯାଇଛି ।