ଅବଧି ଶେଷ ହେବା ପୂର୍ବରୁ ମୁକୁଳିବାକୁ ଯାଉଛନ୍ତି ୧୬ କଏଦୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ହତ୍ୟା, ଦୁଷ୍କର୍ମ ପରେ ହତ୍ୟା ପ୍ରଭୃତି ସଙ୍ଗିନ ଅପରାଧରେ ୧୪ ବର୍ଷ ବା ତାଠାରୁ ଅଧିକ ସଜା କାଟି ସାରିବା ପରେ ମୁକୁଳିବା ପାଇଁ ସେମାନେ କରିଥିବା ଆବେଦନ ଉପରେ ରାଜ୍ୟ ଦଣ୍ଡ ସମୀକ୍ଷା କମିଟି ମୋହର ମାରିଛି । ଅବଧି ଶେଷ ହେବା ପୂର୍ବରୁ ମୁକୁଳିବାକୁ ଯାଉଛନ୍ତି ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ ସଜା କାଟୁଥିବା ୧୬ କଏଦୀ । ସେମାନଙ୍କ ମଧ୍ୟରୁ ୩ ଜଣ ବିଶାଖାପାଟଣା ଜେଲରୁ, ବାଲେଶ୍ୱର ଓ ବାରିପଦା ଜେଲ୍‌ରୁ ୨ଜଣ ଲେଖାଏଁ ଏବଂ ଚୌଦ୍ୱାର, ବାଣପୁର, ସମ୍ବଲପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ବଲାଙ୍ଗୀର,କୋଟପାଡ, ଜାମୁଝରୀ ମୁକ୍ତାକାଶ ଜେଲ୍‌ରୁ ଜଣେ ଲେଖାଏଁ କଏଦୀ ମୁକ୍ତ ହେବ । ଗୃହ ବିଭାଗ ପକ୍ଷରୁ ଏହି ସବୁ ଜେଲ୍‌କୁ ଚିଠି ଲେଖାଯାଇଛି ।