ପୁଅ ମଦ ନିଶାରେ ମାଆକୁ ଟାଙ୍ଗିଆ ସାହାଯ୍ୟରେ ନିର୍ମ୍ମମ ଭାବରେ ହତ୍ୟା

ନୟାକୋଟ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରିରଖିଛନ୍ତି…

କେନ୍ଦୁଝର : ଇମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଳା ନୟାକୋଟ ଥାନା ଅନ୍ତରର୍ଗତ ଉପର ବରଡ଼ା ଗାଁଆ ରେ ଗଲାକାଲି ଥିଲା ଶେଷ ରଜ ଶେଷ ରଜ ଥିବାରୁ ନାଆବାଳକ ବଡ଼ ପୁଅ ଗୁରୁବନ ସଉଁନ୍ତ ମଦ ନିଶାରେ ମାଆ ମୁଗ ସାଉଁନ୍ତକୁ ଡ୍ରେସ କଣିବା ପାଇଁ ଗଲାକାଲି ରାତି ଆଠ ଟା ସମୟରେ ପଇସା ୫୦୦ ଟଙ୍କା ମାଗିବାରୁ ଅଭାବୀ ସଂସାର ବାପା ସାଇବ ସାଉଁନ୍ତ କିଛି ବର୍ଷ ହେବ ମୃତ୍ୟୁ ହୋଇଯାଇଛି l ଘରେ ପରିବାର କହିଲେ ଦୁଇଭାଇ ଓ ବୁଢ଼ୀ ମାଆକୁ ନେଇ ସଂସାର ସାନ ଭାଇ ପଇସା ଅଭାବରୁ ୧୨ ବର୍ଷ ବୟସରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି l

ତେବେ ଘରେ କହିଲେ କେବଳ ମାଆ ଓ ପୁଓ ଦୁହେଁ ଦୁଃଖ ସୁଖରେ ଘରେ ରହୁଥିଲେ ପଇସା ଆସିବ ବା କଉଠୁ କିନ୍ତୁ ପୁଅ ବୁଝିବାକୁ ନାରାଜ ବାରମ୍ବାର ବଡ଼ ପୁଅ ଗୁରୁବନ ପଇସା ମାଗିବାରୁ ମାଆ ମୁଗ ସାଉଁନ୍ତ ପଇସା ନାହିଁ କହିବାରୁ ପୁଓ ବିରକ୍ତ ହେଇଯାଇ ଜନ୍ମକଲା ମାଆକୁ ଟାଙ୍ଗିଆ ଓ ଛୁରୀରେ କିଲ ବିଲ କରି ମାରି ପକାଇଲା ପୁଅ ମରିସାରିବା ପରେ ଦେଖେ ତ ମାଆ ଆଉ ନାହିଁ l ସବୁ ଦିନ ପାଇଁ ଆଖି ମୁଜିଦେଇଛି l

ଖାଲି ଭୁ ଭୁ ହୋଇ କାନ୍ଦେ କିନ୍ତୁ କଣ ଆଉ ମାଆ ଫେରିବ ଗାଁ ସାରା ବୁଲି ବୁଲି କହି ବୁଲୁଛି ମାଆକୁ ମୁଁ ପଇସା ମାଗିବାରୁ ନ ଦେବାରୁ ମୁଁ ମାଆକୁ ମରି ଦେଇଛି l ଗାଁ ଲୋକଦେଖି ନୟାକୋଟ ପୋଲିସକୁ ଜଣେଇଥିଲେ l ନୟାକୋଟ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରିରଖିଛନ୍ତି ବର୍ତ୍ତମାନ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ.