ଆସନ୍ତା କାଲି ଠାରୁ ‘ଶିକ୍ଷା ଦର୍ପଣ’ କାର୍ଯ୍ୟକ୍ରମ ଓ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର,(ଏସ୍ ନ୍ୟୁଜ): କରୋନା ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷ ପାଠପଢ଼ା ବ୍ୟାହତ ହୋଇଛି । ଆସନ୍ତା କାଲି ଠାରୁ ପ୍ରତିଦିନ ସକାଳ ୯ଟାରୁ “୧ମରୁ ୧୦ମ ଶ୍ରେଣୀ” ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ @SMEOdisha ପକ୍ଷରୁ ‘ଶିକ୍ଷା ଦର୍ପଣ’ କାର୍ଯ୍ୟକ୍ରମ ଓ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯିବ। http://osepa.odisha.gov.in କିମ୍ବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ସହ ଯୋଗାଯୋଗ କରନ୍ତୁ। ଶିକ୍ଷାବର୍ଷର ୩ ମାସ ଗଡି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀର କ୍ଲାସରୁମ୍‌ ଶିକ୍ଷାଦାନ ହୋଇପାରି ନାହିଁ । ବିଶେଷ ଗୁରୁତ୍ୱ ବହନ କରୁଥିବା ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆଗେଇ ପାରୁ ନଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଅଭିନବ ଉଦ୍ୟମ କରାଯାଇଛି । ୟୁ-ଟ୍ୟୁବ୍‌ ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବା ଲାଗି ପ୍ରୟାସ ହୋଇଛି । ଆସନ୍ତା କାଲି ଜୁନ୍‌ ୨୧ରୁ ୟୁ-ଟ୍ୟୁବ୍‌ରେ ପାଠପଢ଼ା ଆରମ୍ଭ ହେବ । ତା’ ପୂର୍ବରୁ ୧୩ଟି ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ସେଣ୍ଟର ଅଫ୍‌ ଏକ୍ସଲେନ୍ସ ସ୍କୁଲ/ଟ୍ରାନ୍ସଫର୍ମେସନ ହାଇସ୍କୁଲରେ ଦୁଇଟି କ୍ଲାସରୁମ୍‌ ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ୟୁ-ଟ୍ୟୁବ୍‌ ପାଠପା ନେଇ ମାଧ୍ୟମିକ ଶିକ୍ଷା ର୍ନିେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି । ପାଠପଢ଼ାର ରୂପରେଖ କ’ଣ ରହିବ, ସେନେଇ ବିଶଦ୍‌ ଭାବେ ବର୍ଣ୍ଣନା କରାଯାଇଛି ।

ଯେଉଁ ଶିକ୍ଷକମାନେ ୟୁ-ଟ୍ୟୁବ୍‌ରେ ପାଇବେ, ତାହାକୁ ଅନୁଧ୍ୟାନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିୟୋଜିତ ବ୍ୟକ୍ତିବିଶେଷ ଭିଡିଓ ଦେଖି ମତାମତ ରଖିବେ । ଫଳରେ ପରବର୍ତ୍ତୀ ସମୟରେ ଲାଇଭ୍‌ ଷ୍ଟ୍ରିମିଂରେ ରହୁଥିବା ତ୍ରୁଟିରେ ସୁଧାର ଅଣାଯାଇପାରିବ । ଶିକ୍ଷକମାନେ ୟୁ-ଟ୍ୟୁବରେ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର କରିବେ । ଲାଇଭ୍‌ ଚାଟ୍‌ ମାଧ୍ୟମରେ ପିଲାମାନେ ପଚାରିଥିବା ପ୍ରଶ୍ନର ଉତ୍ତର ପରବର୍ତ୍ତୀ କ୍ଲାସରେ ଶିକ୍ଷକମାନେ ପ୍ରଦାନ କରିବେ । ୟୁ-ଟ୍ୟୁବ୍‌ରେ ଯେଉଁ ବିଷୟ ପଢ଼ାଯିବ, ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ତାହାକୁ ଦେଖିବେ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍‌ ଓ ଭଏସ୍‌ କଲ୍‌ ମାଧ୍ୟମରେ ଦୂର କରିବେ । କେଉଁଦିନ କେତେ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍‌ରେ ପଢି଼ଲେ, ସ୍କୁଲ ଶିକ୍ଷକ ତାହାର ତଥ୍ୟ ରଖିବେ । ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍‌ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ୱାଟସପ୍‌ରେ ପଠାଇବେ । ପ୍ରତି ପିଲାର ୱାର୍କସିଟ୍‌କୁ ମୂଲ୍ୟାୟନ କରିବେ । ସେଗୁଡିକୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଅନୁଧ୍ୟାନ କରିବେ । ସ୍କୁଲଗୁଡିକ ନିଜସ୍ତରରେ ଅନ୍‌ଲାଇନ୍‌ କ୍ଲାସ କରି ପିଲାଙ୍କ ଦ୍ୱନ୍ଦ୍ୱ ଦୂର କରିପାରିବେ ।