ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି ପରେ ପୁରୀରେ ବିମାନ ବନ୍ଦର ପାଇଁ ସର୍ଭେ

ପୁରୀ,(ଏସ୍ ନ୍ୟୁଜ): ପୁରୀବାସୀଙ୍କ ପାଇଁ ଖୁସି ଖବର । ପୁରୀରେ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ ପହିଲାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପୁରୀରେ ବିମାନ ବନ୍ଦରପ୍ରତିଷ୍ଠା ପାଇଁ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈଷୟିକ ଟିମର ୬ଜଣିଆ ବିଶେଷଜ୍ଞ ଟିମ ପୁରୀ ଗୁରୁବାର ଦିନ ସର୍ଭେ କରିଛନ୍ତି । ଏହି ଟିମ୍ରେ ଦିଲ୍ଲୀର ୪ ଜଣ ଓ ଭୁବନେଶ୍ୱରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ଅଛନ୍ତି । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଚଂଳ ଜାଗା ସହ ବାଲୁଖଣ୍ଡ ଆଦି ଦୁଇଟି ଜାଗାର ପରିଦର୍ଶନ କରିଛନ୍ତି ଏହି ଟିମ୍ । ଏହି ବୈଷୟିକ ଟିମ ସହ ଜିଲ୍ଲାପାଳ ସମର୍ଥ ବର୍ମା ଓ ଉପଜିଲ୍ଲାପାଳ ଉପସ୍ଥିତ ଥିଲେ । ଜମିର ମ୍ୟାପ ଓ କାଗଜପତ୍ରର ବୈଷୟିକ ଟିମ କଲେ ଅନୁଧ୍ୟାନ । ଦୁଇଦିନିଆ ଗସ୍ତରେ ଆସିଥିବା ଏହି ଟିମ ଜିଲ୍ଲାପ୍ରଶାସନର ପ୍ରସ୍ତାବିତ ଜମିର କରିବେ ସମୀକ୍ଷା । ଆଜି ସନ୍ଧ୍ୟାରେ ଜିଲ୍ଲାପ୍ରଶାନ ସହ ଏହି ବୈଷୟିକ ଟିମ ସହ ସ୍ୱତନ୍ତ୍ର ଆଲୋଚନା ହେବ । ପୁରୀରେ ବିମାନ ବନ୍ଦର ନିର୍ମାଣ ହେଲେ ଜିଲ୍ଲାବାସୀ ଓ ପର୍ଯ୍ୟଟକମାନଙ୍କ ପାଇଁ ଏହା ଶୁଭ ଖବର ।