ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୦୬ ନୂଆ କରୋନା ସଂକ୍ରମିତ,୩୭ ମୃତ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୭୨ ଜଣ କ୍ୱାରେଣ୍ଟାଇନ୍‌ ଥିଲେ ଓ ୧୬୩୪ଟି ହେଉଛି ଲୋକାଲ୍‌ କେସ୍‌ । ୩୮୦୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭ ଜଣ ଥିବା ବେଳେ କଟକରୁ ୩୯୩, ଯାଜପୁରରୁ ୩୪୬ ଓ ବାଲେଶ୍ୱର ଜିଲ୍ଲାରୁ ୨୨୦ ଜଣ ଅଛନ୍ତି ।

ଅନୁଗୋଳ ଜିଲ୍ଲାରୁ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୩୫, ଦେବଗଡରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୧୩୦, ଝାରସୁଗୁଡାରୁ ୧୯, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୧୪୫, କେନ୍ଦୁଝରରୁ ୮୧, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୧୫୯, ନବରଙ୍ଗପୁରରୁ ୮୮, ନୟାଗଡରୁ ୧୩୪, ନୂଆପଡାରୁ ୩୧, ପୁରୀରୁ ୨୦୦, ରାୟଗଡାରୁ ୧୧୧, ସମ୍ବଲପୁରରୁ ୪୫, ସୋନପୁରରୁ ୩୬ ଓ ସୁନ୍ଦରଗଡ ଜିଲ୍ଲାରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ୩୭ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଥିବା ବେଳେ କଟକ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଅଛନ୍ତି। ସେହିପରି ଗଜପତି, ମୟୂରଭଂଜ ଓ ସମ୍ବଲପୁର ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।