୧୫ତମ ଜାତୀୟ ତୋଷାଳୀ ମେଳା: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ

ଭୁବନେଶ୍ୱର(ଏସ୍ ନ୍ୟୁଜ) : ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ୧୫ତମ ଜାତୀୟ ତୋଷାଳୀ ମେଳା । ତେବେ ଏହି ମେଳା ଫେବୃଆରୀ ମାସ ୪ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଚାଲିବ । ମେଳାରେ ରାଜ୍ୟର ୧୭୦ଟି ଷ୍ଟଲ ଓ ରାଜ୍ୟ ବାହାରର ୮୦ଟି ଷ୍ଟଲ ପଡ଼ିବ । ମୋଟ ୨୫୦ଟି ଷ୍ଟଲକୁ ଅନୁମତି ମିଳିଥିବା ବେଳେ ଶିଶୁ, ବୟସ୍କ ଓ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମାସ୍କ ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ । ତେବେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିଷେଧ କରାଯାଇଛି ।ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର, ବୁଣାକାରମାନେ ଏଥିରେ ସାମିଲ ହେବେ । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ।