ଅତିରିକ୍ତ ତହସିଲଦାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ

ଢେଙ୍କାନାଳ(ଏସ୍ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବେଆଇନ ଭାବେ ପଥର ଖାଦାନରୁ ଟ୍ରକ ଛାଡ଼ିଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର  ଭିଜିଲାନ୍ସ ତାଙ୍କୁ ଧରିଛି । ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଲକ୍ଷ୍ମଣଙ୍କୁ ଗିରଫ କରିଛି ଏବଂ ଏହି ଅନିୟମିତତା ନେଇ ଖୋଲାତାଡ଼ ଜାରି ରଖିଛି ।