ମୁଣ୍ଡଳୀ ହାତୀ ମୃତ୍ୟୁ ଘଟଣାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ମହାନଦୀ ମୁଣ୍ଡୁଳି ବ୍ୟାରେଜରେ ମୃତ ହାତୀର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ଦୀର୍ଘ ସମୟ ପାଣିରେ ଥିବା ଯୋଗୁଁ ମାନସିକ ଆଘାତ ଲାଗିଥିଲା । ସେଥିଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ବ୍ୟବଚ୍ଛେଦର ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସାଲେପୁର ପଶୁ ସମ୍ପଦ ଅଧିକାରୀ ବନ ବିଭାଗକୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ତାରିଖରେ କଟକ ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଫସିଯାଇଥିବା ଦନ୍ତା ହାତୀ ।