ଅପରାହ୍ନ ୪ଟା ସୁଦ୍ଧା ୧୧ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଅପରାହ୍ନ ୪ଟା ସୁଦ୍ଧା ୧୧ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ଏହି ସତର୍କ ସୂଚନା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଢ଼େଙ୍କାନାଳ, ସୁନ୍ଦରଗଡ, ବରଗଡ, ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଏବଂ ସୁନ୍ଦରଗଡ ଭଳି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା ବାତ୍ୟାର ପରିଣତ ହେବ ବୋଲି ଗୋଟିଏ ମଡେଲ୍‌ କହୁଥିବା ବେଳେ ଆଉ ଏକ ମଡେଲ୍‌ କହୁଛି ବାତ୍ୟା ହେବନି । କିନ୍ତୁ ପ୍ରବଳ ‌ବର୍ଷା ହେବ। ବାତ୍ୟା ହେଉ କି ବର୍ଷା ଯାହା ହେବ ଦଶହରା ବେଳେ ‌ହିଁ ହେବ ବୋଲି ସବୁ ମଡେଲ୍‌ ଦେଖାଉଛି ।