2021 IPL ପାଇଁ ବିସିସିଆଇର ନୂଆ ନିୟମ

ନୂଆଦିଲ୍ଲୀ,(ଏସ୍ ନ୍ୟୁଜ): ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ। ଦୁନିଆର ସବୁଠୁ ବଡ କ୍ରିକେଟ୍‌ ଲିଗ୍‌ ଜିତିବା ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କରୋନା କାରଣରୁ ଗତ ବର୍ଷ ଆଇପିଏଲ ୟୁଏଇରେ ଖେଳାଯାଇଥିଲା। ହେଲେ ଚଳିତ ସିଜିନ୍‌ ଭାରତରେ ଆୟୋଜନ ହେଉଛି। ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ତେବେ ୧୪ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଏକ ବଡ ନିୟମ ବଦଳାଇଛି। ଏହି ପରିବର୍ତ୍ତନ କାରଣରୁ ସମସ୍ତ ଦଳ ମୁସ୍କିଲରେ ପଡି ପାରନ୍ତି।

ବିସିସିଆଇର ନୂତନ ନିୟମ ଅନୁଯାୟୀ, ଏବେ ପ୍ରତି ଦଳକୁ ୯୦ ମିନିଟ୍‌ରେ ହିଁ ନିଜର ୨୦ ଓଭର ପୂରା କରିବାକୁ ପଡିବ। ଏହା ପୂର୍ବରୁ ନିୟମ ଥିଲା ଯେ, ୨୦ ତମ ଓଭର ୯୦ ମିନିଟ୍‌ରେ ଆରମ୍ଭ କରାଯାଇ ପାରିବ। ମାତ୍ର ଏବେ ଦେଢ ଘଣ୍ଟାରେ ଯେମିତି ହେଲେ ୨୦ ଓଭର ସାରିବାକୁ ପଡିବ।