କୁଆଖାଇ ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ: କୁଆଖାଇ ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ବାରଙ୍ଗ ନରଣପୁର ନିକଟସ୍ଥ କୁଆଖାଇ ନଦୀରୁ ଏହି ମୃତଦେହଟି ଉଦ୍ଧାର ହୋଇଛି । ବୃଦ୍ଧଜଣଙ୍କ ନିଖୋଜ ରହିଥିବା ନେଇ ଅଭିଯୋଗ ହୋଇଥିଲା । ମୃତ ବ୍ୟକ୍ତି ହେଲେ ୬୫ ବର୍ଷିୟ ବାଦଲ ସାମଲ । ତାଙ୍କ ଘର ବାରଙ୍ଗ ଥାନା ନରଣପୁରରେ । ସେ ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ । ବାରଙ୍ଗ ଥାନାରେ ଏବାବଦରେ ପରିବାର ଲୋକେ ଅଭିଯୋଗ କରିଥିଲେ ।