ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା ୨୨ ତାରିଖ ରାତି ୮.୩୦ ରୁ ୯.୩୦ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ‘ଆର୍ଥ ଆୱାର’ ପାଳନ କରିବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ସେ ଦେଶବାସୀଙ୍କୁ ପୃଥିବୀ ମାତାର ସୁରକ୍ଷା ପାଇଁ ୧ ଘଣ୍ଟା ପାଇଁ ଘର ଏବଂ ଅଫିସ ଲାଇଟ୍ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି, “ଧରିତ୍ରୀ ମାତାଙ୍କୁ ସୁରକ୍ଷା ଦେବା ଏବଂ ଶକ୍ତି ଅପଚୟ ହ୍ରାସ କରିବା ଲକ୍ଷ୍ୟରେ ସାରା ବିଶ୍ୱରେ ‘ଧରିତ୍ରୀ ଘଣ୍ଟା’ ପାଳନ କରାଯାଉଛି । ଆସନ୍ତୁ ଆଜି ରାତି ୮.୩୦ ରୁ ୯.୩୦ ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ଆମ ଘର/ଅଫିସର ଆଲୋକ ବନ୍ଦ କରି “ଧରିତ୍ରୀ ଘଣ୍ଟା” ପାଳନ କରିବା । ପ୍ରକୃତି ଏବଂ ପରିବେଶକୁ ସୁରକ୍ଷା ଦେବା ପାଇଁ କାମ କରିବା ।”