କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

କଟକ : ପୁଣି ଥରେ କଟକ ସହରକୁ ଲେଉଟିଛି କରୋନା ମହାମାରୀ ସହ କଣ୍ଟେନମେଣ୍ଟ ଜୋନ । ରାଉସାପାଟଣା ଅନ୍ତର୍ଗତ ଗୋପବନ୍ଧୁ ବିହାର ଅଞ୍ଚଳର ଗୋଟିଏ ପରିବାରରୁ ଏକକାଳୀନ ୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ଗୋଟିଏ ପରିବାରରୁ ଏକକାଳୀନ ୬ପଜିଟିଭ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

କଣ୍ଟେନମେଣ୍ଟ ଅଞ୍ଚଳରେ ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଯାଇଛି । ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି ।