ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ହିଭଳି ଏକ ଘଟଣା କେବଳ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ….

ଖୋର୍ଦ୍ଧା : ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା । ଅନ୍ୟ ୨ଜଣ ଏବେ ଗୁରୁତର । ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟିଥିବା ଏହିଭଳି ଏକ ଘଟଣା କେବଳ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଭୂଷଣ୍ଡପୁର ଗାଁ ନୁହେଁ, ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ବାଣ ବିସ୍ଫୋରଣ ଜନିତ ଘଟଣା ଏହିଭଳି କେତେ ଜୀବନ ନେବ, ତାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି ।

ମୃତକମ‌ାନେ ହେଲେ, ଟାଙ୍ଗୀ ଥାନା ଭୂଷଣ୍ଡପୁରର ନିରଞ୍ଜନ ବେହେରା, ବ୍ରଜ ବେହେରା, ନିରାକାରପୁର ଥାନା ଅଧୀନସ୍ଥ ପାଣ୍ଡବ ପାଟଣାର ସହଦେବ ବେହେରା ଏବଂ କଣାସ ଥାନା ଅଧୀନସ୍ଥ ବାଦୁରାବରର ବୃନ୍ଦାବନ ସାହୁ, ଦୋଳଗୋବିନ୍ଦ ବେହେରା । ଦୋଳଗୋବିନ୍ଦଙ୍କର କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧୀଭୂତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇଜଣ ମହେଶ୍ବର ବେହେରା ଓ ସୁଦର୍ଶନ ବେହେରା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।