ମାଳିକା ବଚନ: ଓଡ଼ିଶାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ!

ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସକୁ ସମୃଦ୍ଧ …

ଭୁବନେଶ୍ୱର: ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସକୁ ସମୃଦ୍ଧ କରିଥିବା ବୀରପୁରୁଷଙ୍କ ଭିତରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଅନନ୍ୟ । ବ୍ରିଟିଶ ସରକାରଙ୍କ ଅଧୀନରେ ଗୋଲାମଗିରି କରିବାର ଅଭିଳାଷ ନଥିବାରୁ ସେ ଆଇସିଏସ୍‌ ଚାକିରିକୁ ଏଡ଼ାଇ ଦେଇ ଭାରତର ମୁକ୍ତି ସଂଗ୍ରାମରେ ଝାସ ଦେଇଥିଲେ । ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଜର୍ମାନୀର ହିଟଲର ଓ ଜାପାନର ମୁସୋଲିନୀଙ୍କ ସହିତ ହାତ ମିଳାଇ ଭାରତ ମାଟିରୁ ଇଂରେଜ ସରକାରଙ୍କୁ ତଡ଼ିବା ପାଇଁ ଉଦ୍ୟମ କରିଥିଲେ । ବ୍ରିଟେନ ପକ୍ଷରୁ ଦ୍ୱିତୀୟ ମହାସମରରେ ଯୋଗଦାନ କରିଥିବା ଭାରତୀୟ ଯବାନଙ୍କ ଭିତରୁ ଯେଉଁମାନେ ଜାପାନ ଓ ଜର୍ମାନ ସେନା ହାତରେ ଧରାପଡୁଥିଲେ ସେଇମାନଙ୍କୁ ନେଇ ନେତାଜୀ ସୁଭାଷ ଗଠନ କଲେ ଆଜାଦ ହିନ୍ଦ ଫୌଜ । ମାତ୍ର ଭାଗ୍ୟର ବିଡ଼ମ୍ବନା, ଦ୍ୱିତୀୟ ମହାଯୁଦ୍ଧରେ ଜାପାନ ଓ ଜର୍ମାନ ହାରିଗଲେ । ଏକ ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସେନା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୧୯୪୫ ଅଗଷ୍ଟ ୧୮ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆରପାରିକୁ ଚାଲିଗଲେ । ଭାରତ ଇତିହାସରେ ନେତାଜୀ ସୁଭାଷଙ୍କ ଅଧ୍ୟାୟ ଖତମ ହୋଇଗଲା । ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ଖବର ପ୍ରତିଟି ଭାରତୀୟଙ୍କ ମନରେ ପ୍ରଶ୍ନବାଚୀ ହୋଇ ରହିଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମରଶରୀର ମିଳିନାହିଁ । ତାଙ୍କର ଅଧାପୋଡ଼ା ଶରୀରଟି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇନି ।

ଓଡ଼ିଶାର ପ୍ରସିଦ୍ଧ ସନ୍ଥ ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକାରେ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ବହୁତ କିଛି ଉଲ୍ଲେଖ କରିଛନ୍ତି । ମାଳିକା କହୁଛି, ୧୯୬୭ ମେ’ ମାସରେ ଓଡ଼ିଶାରେ ପୁନର୍ବାର ଜନ୍ମଗ୍ରହଣ କରି ସାରିଛନ୍ତି ନେତାଜୀ ସୁଭାଷ । ମୃତ୍ୟୁବେଳକୁ ସୁଭାଷଙ୍କୁ ଯେତିକି ବର୍ଷ ବୟସ ହୋଇଥିଲା; ପୁନର୍ଜନ୍ମ ଲାଭ କରିବା ପରେ ସେ ସେତିକି ବର୍ଷ ବୟସରେ ଓଡ଼ିଶାର ରାଜନୀତିରେ ପ୍ରବେଶ କରିବେ ଓ ୨୦୨୪ରେ ଭାରତର ରାଜନୀତିକୁ ଦଖଲ କରିବେ ।

ଏବେ ଆସନ୍ତୁ, ମାଳିକା ବଚନକୁ ଅନୁଧ୍ୟାନ କଲେ; ୧୯୬୭ରେ ଓଡ଼ିଶାରେ ଜନ୍ମିତ ପିଲାଟିକୁ ଏବେ ୫୬ ବର୍ଷ ବୟସ ହୋଇଥିବ । ୪୮ ବର୍ଷ ବୟସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ଘଟିଥିଲା । ୧୯୬୭ରେ ୪୮ ମିଶାଇଲେ ୨୦୧୫ ହେଉଛି ଅର୍ଥାତ୍‌ ୨୦୧୫ରେ ଓଡ଼ିଶାର ରାଜନୀତିରେ ପ୍ରବେଶ କରି ସାରିଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ୨୦୨୪ରେ ଓଡ଼ିଶାର ଜଣେ ନେତା ଦିଲ୍ଲୀ ଦରବାରକୁ ନିୟନ୍ତ୍ରଣ କରିବେ ।

ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ, ୨୦୧୫ରେ ଓଡ଼ିଶାର ରାଜନୀତିରେ ପ୍ରବେଶ କରିଥିବା କୋଉ ନେତାଜଣକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପୁନର୍ଜନ୍ମ? ସେ ଏବେ କୋଉ ଦଳରେ କୋଉ ପଦବୀ ଉପଭୋଗ କରୁଛନ୍ତି?