ପକ୍ଷୀ ମାନଙ୍କ ପାଇଁ ପିଇବା ପାଣି ଯୋଗାଣ ଜାରି

ପକ୍ଷୀ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା..

ଭୁବନେଶ୍ୱର: ଟାଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ l ଗାଡ଼ିଆ ପଖରୀ ଆଦି ଶୁଖିଲା ପଡିଛି l ପାଣି ପାଇଁ ସମସ୍ତେ ଡହଳ ବିକଳ ହେଉଥିବା ବେଳେ ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଦିନବନ୍ଧୁ ଦାସ ପବିତ୍ର ଉତ୍କଳ ଦିବସରୁ ପକ୍ଷୀ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିଛନ୍ତି l

ଏଠାରେ ଥିବା ବିଭିନ୍ନ ଗଛ ମାନଙ୍କରେ ମାଟି ପାତ୍ର ଟଙ୍ଗା ଯାଇ ସେଥିରେ ପାଣି ଦିଆଯାଉଛି l ଯାହା ଆଜି ପର୍ଯ୍ୟନ୍ତ ଚାଲୁ ରହିଛି ଏବଂ ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀଯୁକ୍ତ ଦାସ ଜଣାଇଛନ୍ତି l