ଶେଷ ହେଲା ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଶେଷ ହୋଇଛି ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ । ପ୍ରାୟ ୪ ଘଣ୍ଟା ସମୟ ଧରି ଡିଟେକ୍ସନ ଟେଷ୍ଟ ଚାଲିଥିବା ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ଫୋରେନ୍ସିକ୍ ଲ୍ୟାବରେ ହୋଇଛି ଏହି ଲାଏ ଡିଟେକ୍ସନ ଟେଷ୍ଟ । ଏଥିରେ ତଦନ୍ତକାରୀ ଅଧିକାରୀଙ୍କ ସମେତ କ୍ରାଇମ୍‌ ବ୍ରାଞ୍ଚର ୨ଟି ଟିମ୍‌ ସାମିଲ ଥିଲେ । ତେବେ ସ୍ୱାମୀଙ୍କ ବିଷୟରେ ପଚାରିବାରୁ ବିଦ୍ୟାଭାରତୀ କାନ୍ଦି ପକାଇଥିବା ସୂଚନା ମିଳିଛି । ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ସୌମ୍ୟଙ୍କ ପରିବାର ଲୋକେ ଦାବି କରିଥିଲେ । ଏହା ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇସାରିଛି ।