CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ । ଦାବି ପୂରଣ ନହେବାରୁ ଛାତ୍ରୀଜଣଙ୍କ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ମୂଲ୍ୟାୟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ରୀ । ଦଶମ ମାର୍କ ଆଧାରରେ ମୁଲ୍ୟାଙ୍କନ କରିବାକୁ ଦାବି କରିଥିଲେ । ଏହା ସହିତ ଅଫଲାଇନ୍‌ ପରୀକ୍ଷାକୁ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ । କିନ୍ତୁ କୌଣସି ଦାବି ପୂରଣ ନହେବା ଅଭିଯୋଗରେ ଛାତ୍ରୀଜଣଙ୍କ CHSE ଅଫିସରେ ସମ୍ମୁଖରେ ହାତ କାଟିଛନ୍ତି । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।