ଗତ ୨୪ ଘଣ୍ଟାରେ ଆଉ ୭ଜଣଙ୍କ ଜୀବନ ନେଲା ମହାମାରୀ

ଭୁୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୭ଜଣଙ୍କ ଜୀବନ ନେଲା ମହାମାରୀ । ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ଆକାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

ସେହିପରି ଗଞ୍ଜାମ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟ ୮,୫୦୧କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୧୦ ହଜାର ଉପରେ କରୋନା ମାମଲା ଆସୁଛି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅପରପକ୍ଷରେ ଦିନକୁ ଦିନ ମଧ୍ୟ ଓମିକ୍ରନ ମାମଲା ବଢ଼ିବାରେ ଲାଗୁଛି ।