ରାଜ୍ୟକୁ ଆସିଲା ଓମିସିୟର ଟେଷ୍ଟିଂ କିଟ୍‌

ଭୁବନେଶ୍ୱର: ଏଣିକି ସହଜରେ ହୋଇପାରିବ ଓମିକ୍ରନ ଟେଷ୍ଟ । ରାଜ୍ୟକୁ ଆସିଲା ଓମିସିୟର ଟେଷ୍ଟିଂ କିଟ୍‌ । ୫ ଲକ୍ଷ କିଟ ଅର୍ଡର କରିଛନ୍ତି ରାଜ୍ୟ ସରକାର । ସୂଚନା ଅନୁଯାୟୀ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଓମିକ୍ରନ ଚିହ୍ନଟ ପାଇଁ ଟାଟା ପ୍ରସ୍ତୁତ କରିଥିବା ଓମିସିୟର କିଟକୁ ଆଇସିଏମଆର ମଞ୍ଜୁରୀ ପ୍ରଦାନ କରିଥିଲା ।

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ୫ ଲକ୍ଷ ପରୀକ୍ଷା କିଟ୍‌ ପାଇଁ ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିଲା । ଏହି କିଟ୍‌ ଦ୍ୱାରା ଲୋକେମାନେ ଖୁବଶୀଘ୍ର ଓମିକ୍ରନ ଆକ୍ରାନ୍ତ ଅଛନ୍ତି କି ନାହିଁ ଜଣାପଡିବ । ପୂର୍ବ ଅର୍ଡର ମୁତାବିକ ଓଡିଶାରେ ପହଞ୍ଚିଲା ଓମିସିୟର ଟେଷ୍ଟିଂ କିଟ୍‌ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ କିଛି କିଟ୍‌ ଆସିଛି ।