୨୪ ଘଣ୍ଟା ପରେ ବଦଳିବ ପାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ତଳକୁ ଖସୁଛି। ଫଳରେ ଶୀତ ଅନୁଭୂତ ହେଉଛି। ତେବେ ୨୪ ଘଣ୍ଟା ପରେ ପୁଣି ପାଗ ବଦଳିବ। ଆଗାମୀ ତିନିଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଫଳସ୍ବରୂପ ଶୀତ ପ୍ରକୋପ କମିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ଏବଂ କେନ୍ଦୁଝରରେ ୯ ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୧୦.୩ ଡିଗ୍ରୀ, ଟିଟିଲାଗଡରେ ୧୦.୮ ଡିଗ୍ରୀ ଏବଂ ଝାରସୁଗୁଡାରେ ୧୦.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି। ଅନ୍ୟାନ୍ୟ ସ୍ଥାନ ଗୁଡିକରେ ୧୫ ଡିଗ୍ରୀ ତଳେ ରାତି ତାପମାତ୍ରା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।