ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍):ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ମିଳିବ ସହାୟତା । ରିଲିଫ୍ କୋଡ୍ ଅନୁସାରେ ଜ୍ୟୋତିପ୍ରକାଶଙ୍କ ପରିବାରବର୍ଗକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଭୁବନେଶ୍ୱର ନାଳରେ ଭାସିଯାଇଥିବା ଯେଉଁ ଜ୍ୟୋତିପ୍ରକାଶ ପାଇଁ ଓଡ଼ିଶାବାସୀ ପ୍ରାର୍ଥନା କରୁଥିଲେ ସେ ଡାକ ଭଗବାନ ଶୁଣିଲେନି । ମରଣଯନ୍ତା ପାଲଟିଥିବା ମୁକୁଳା ଡ୍ରେନରେ ଚାଲିଯାଇଛି ଜ୍ୟୋତିର ଜୀବନ । ଶେଷରେ ୧୯ ଘଂଟା ଅପରେସନ ପରେ ଆଜି ସକାଳେ ମୃତ ଦେହ ଠାବ କରିଛି ଅଗ୍ନିଶମ ବାହିନୀ । ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପରେ ପୋଷ୍ଟମର୍ଟମ ପାଇଁ ଭୁବନେଶ୍ୱରର ଏମ୍ସ ହସ୍ପିଟାଲକୁ ନିଆଯାଇଛି ।