ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ରଞ୍ଜନଙ୍କ ସମ୍ବଲପୁରସ୍ଥିତ ବାସଭବନ, ଅଫିସ ଏବଂ ତାଙ୍କ ଶଶୁର ଘରେ ଚଢାଉ କରାଯାଇଛି । ଭିଜିଲାନ୍ସର ତିନିଟି ଟିମ୍ ତିନିଟି ସ୍ଥାନରେ ଚଢାଉ କରିଛି । ଚଢାଉ ବେଳେ ନଗଦ ୧ ଲକ୍ଷ ୪୫ ହଜାର ୮୫୦ ଟଙ୍କା ଜବତ କରାଯାଇଛି । କିଛି ଦରକାରୀ କାଗଜପତ୍ର ଜବତ କରାଯାଇଥିବା ବେଳେ ଏବେବି ଚଢାଉ ଜାରି ରହିଛି । ରଞ୍ଜନଙ୍କ ସମ୍ପତିର ମୂଲ୍ୟ କୋଟିଏରୁ ଅଧିକ ହେବ ବୋଲି ସୂଚନା ମିଳିଛି ।