ମାଫିଆଙ୍କ ପରିଶ୍ରମକୁ ବେକାର କରି ଦେଇଛନ୍ତି ସୋର ତହସିଲଦାର । ଗଦା ହୋଇଥିବା ପଥରକୁ ପ୍ରାୟ ୧୩ ଲକ୍ଷ ଟଙ୍କାରେ ନିଲାମ କରିଛନ୍ତି । ସୋର ବ୍ଲକ ଅନ୍ତର୍ଗତ ମହୁମୁହାଣ ପଂଚାୟତରେ ଥିବା ଖଞ୍ଜାମାହାଲ ପାହାଡ଼ ଉପରେ ମାଫିଆଙ୍କ ଜୁଲମକୁ ଅଟକାଇବା ସୋର ତହସିଲଦାରଙ୍କ ପକ୍ଷେ ଅସମ୍ଭବ ମନେହୁଏ ।
ରାତି ଅଧରେ ପଥର ମାଫିଆମାନେ ପାହାଡର ବିଭିନ୍ନ ଭାଗରେ ବିସ୍ଫୋଟକ ଖଞ୍ଜି ଫୁଟାଉଛନ୍ତି । ଗୋବିନ୍ଦପୁର, କେଶରୀପୁର, ମହୁମୁହାଣ, ମାଣତ୍ରୀ ଓ ରଘୁନାଥପୁର ପଂଚାୟତ ଅନ୍ତର୍ଗତ ପ୍ରାୟ ୮୦ଟି ଗ୍ରାମର ଲୋକମାନେ ରାତିରେ ଶୋଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଲୋକମାନେ ଅଭିଯୋଗ କରୁଛନ୍ତି ଯେ ତହସିଲଦାର ଓ ତାଙ୍କ ଟିମ୍ ପଥର ମାଫିଆଙ୍କୁ ଘଉଡ଼ାଇ ସେମାନଙ୍କ ପଥରକୁ ବିକି ଦେଉଛନ୍ତି । କିନ୍ତୁ ମାଫିଆଙ୍କୁ ଦମନ କରିବାର ସାହସ ହରାଇଛନ୍ତି ।