ବରିଷ୍ଠ ସାମ୍ବାଦିକ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ଉଠିଲା ପରଦା

ଭୁବନେଶ୍ୱର: ବୟୁଚର୍ଚ୍ଚିତ ବରିଷ୍ଠ ସାମ୍ବାଦିକ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇଛନ୍ତି କମିଶନରେଟ୍ ପୋଲିସ୍ । ଏହି ମାମଲାରେ ରଚାଯାଇଥିବା ଯୋଜନାର ବିସ୍ତୃତ ବିବରଣୀ ଦେଇଛନ୍ତି ଡିସିପି ଉମାଶଙ୍କର ଦାସ । ସେ କହିଛନ୍ତି ଯେ, ମନୀଷ ୩ ଜଣ ସାଙ୍ଗଙ୍କ ସହିତ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳକୁ ଯାଇଥିଲେ । ପରେ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲକୁ ଯାଇଥିଲେ । ହୋଟେଲରେ ବିଲ୍ ପେମେଣ୍ଟ କରିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାପରେ ହୋଟେଲ ବାହାରେ ମନୀଷଙ୍କୁ ଉପରକୁ ସାଙ୍ଗ ମାନେ ଆକ୍ରମଣ କରିଥିଲେ । ଏହାପରେ ମନୀଷଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ ନେଇ ପାଖ ପୋଖରୀରେ ଫିଙ୍ଗି ଦେଇଥିଲେ । ଏପର୍ଯ୍ୟନ୍ତ ଯାହା ଜଣାପଡ଼ୁଛି ଗଣ୍ଡଗୋଳ ଓ ଠେଲାପେଲା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ତେବେ ଗିରଫ କରାଯାଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରୁଛୁ ବୋଲି ଡିସିପି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁ ପ୍ରମାଣ ନଷ୍ଟ କରିବାକୁ ଶରୀରକୁ ପୋଖରୀରେ ଫିଙ୍ଗି ଦେଇଥିଲେ । ତେବେ ଏହି ମାମଲାରେ ଗିରଫ କରିଯାଇଥିବା ତିନି ଜଣ ଅଭିଯୁକ୍ତ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ, ମୃତ୍ୟୁଞ୍ଜୟ ।