ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି।ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୭୫ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ସରକାର।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୨.୯୨ପ୍ରତିଶତ ରହିଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଜଣ ଥିବା ବେଳେ କଟକରୁ ୩୧୯, ବାଲେଶ୍ୱରରୁ ୧୭୬, ଯାଜପୁରରୁ ୧୩୬, ପୁରୀରୁ ୧୧୦, ଜଗତସିଂହପୁରରୁ ୯୭, ମୟୂରଭଞ୍ଜରୁ ୮୧ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୫୭ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୫, ଭଦ୍ରକରୁ ୬୬, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୧, ଦେବଗଡ଼ରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୬, ଗଞ୍ଜାମରୁ ୧୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୧୮, କେନ୍ଦୁଝରରୁ ୫୬, କୋରାପୁଟରୁ ୨୩, ମାଲକାନଗିରିରୁ ୨୦, ନବରଙ୍ଗପୁରରୁ ୧୧, ନୂଆପଡ଼ାରୁ ୭, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୬, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୬୬ ଓ ଷ୍ଟେଟ୍‌ ପୁଲ୍‌ରୁ ୮୫ ଜଣ ଚିହ୍ନଟ ହୋଇଛନ୍ତି।