ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନର ସଭାପତି ମାନ୍ୟବର ଶ୍ରୀ ସିସବା କୋରୋସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି

ଭାରତର ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ ଶ୍ରୀ ସିସବା କୋରୋସିଙ୍କୁ ନିଶ୍ଚିତ କରିଛନ୍ତି…

ଭୁବେନେଶ୍ଵର ପିଆଇବି : ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନର ସଭାପତି ମାନ୍ୟବର ଶ୍ରୀ ସିସବା କୋରୋସି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଏହି ବୈଠକରେ ଶ୍ରୀ ସିସବା କୋରୋସି ଜଳ ସମ୍ପଦ ପରିଚାଳନା ତଥା ସଂରକ୍ଷଣ କ୍ଷେତ୍ରରେ ଗୋଷ୍ଠିଗୁଡିକ ପାଇଁ ଭାରତର ପରିବର୍ତ୍ତନଶୀଳ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସଂସ୍କାରିତ ବହୁପକ୍ଷୀୟତା ଦିଗରେ ଭାରତର ଉଦ୍ୟମକୁ ସ୍ୱୀକାର କରି ଶ୍ରୀ ସିସବା କୋରୋସି ବିଶ୍ୱ ସ୍ତରୀୟ ଅନୁଷ୍ଠାନଗୁଡ଼ିକର ସଂସ୍କାର ଆଣିବା କ୍ଷେତ୍ରରେ ଭାରତ ଅଗ୍ରଭାଗରେ ରହିଛି ବୋଲି ଗୁରୁତ୍ୱାରୋପ କରିଛନ୍ତି ।

କାର୍ଯ୍ୟଭାର ଗ୍ରହଣ କରିବା ପରେ ଭାରତକୁ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ସିସବା କୋରୋସିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ୱ ସମସ୍ୟାର ସମାଧାନ ଖୋଜିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଶ୍ରୀ ସିସବା କୋରୋସିଙ୍କ ଆଭିମୁଖ୍ୟକୁ ସେ ପ୍ରଶଂସା କରିଥିଲେ । ଜାତିସଂଘ ୨୦୨୩ ଜଳ ସମ୍ମିଳନୀ ସମେତ ୭୭ ତମ ୟୁଏନଜିଏ ସମୟରେ ତାଙ୍କ ଅଧ୍ୟକ୍ଷତାକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ ଶ୍ରୀ ସିସବା କୋରୋସିଙ୍କୁ ନିଶ୍ଚିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦ ସମେତ ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ଦ୍ୱାରା ସମସାମୟିକ ଭୌଗୋଳିକ ବାସ୍ତବତାକୁ ପ୍ରତିଫଳିତ କରାଯାଇପାରିବ ।