ବଢିଲା ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା

ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା ୩୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ ଦୈନିକ ଭତ୍ତା ୩୦୦ରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ୩,୫୩୦ ଟଙ୍କା ପାଉଥିଲେ, ଏବେ ୧୫,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷମାନେ ପୂର୍ବରୁ ପାରିତୋଷିକ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୭,୫୦୦ ଟଙ୍କା ପାଇବେ।

ପଞ୍ଚାୟତ ସମିତି ସଦସ୍ୟମାନେ ୭,୫୦୦ ଟଙ୍କା, ସରପଞ୍ଚମାନେ ୧୦,୦୦୦ ଟଙ୍କା ଓ ନାଏବ ସରପଞ୍ଚମାନେ ୪,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧକ୍ଷ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ନାଏବ ସରପଞ୍ଚ ଏବଂ ୱାର୍ଡମେମ୍ବରମାନଙ୍କର ଦୈନିକ ଭତ୍ତା୨୪୦ ଟଙ୍କାରୁ ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି।