ଲାଂଚ ଦେଇ ଧରାପଡ଼ିଲେ ବରିଷ୍ଠ କିରାଣୀ

ଅନୁଗୁଳ: କିଶୋର ନଗର ବ୍ଲକ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ନିତ୍ୟାନନ୍ଦ ଗାଇଗରିଆଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କର ଅପରାଧ ହେଉଛି, ଅନୁଗୁଳ ଜିଲ୍ଲା କ୍ରୀଡ଼ା ବିଭାଗର କନିଷ୍ଠ କିରାଣୀ ପୂର୍ଣ୍ଣଚନ୍ଦ୍ର ଭୁକ୍ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଂଚ ଗ୍ରହଣ କରୁଥିଲେ ।

ପୂର୍ବରୁ ସେ କିଶୋରନଗର ବ୍ଲକ ଅଫିସରେ ପିଅନ କାମ କରୁଥିଲେ । ବ୍ଲକ ଅଫିସରୁ ତାଙ୍କର କିଛି ଅର୍ଥ ପାଇବାର ଥିଲା । ସେହି ଅର୍ଥ ପଇଠ କରିବା ପାଇଁ ନିତ୍ୟାନନ୍ଦ ତାଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ । ଅନ୍ୟ ଉପାୟ ନପାଇ ପୂର୍ଣ୍ଣଚନ୍ଦ୍ର ଭିଜିଲାନ୍ସ ଅଧିକାରୀଙ୍କୁ ଭେଟିଥିଲେ ।

ଯୋଜନା ମୁତାବକ ନିତ୍ୟାନନ୍ଦ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରୁ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀ ସେଠାରେ ପହଂଚି ଯାଇଥିଲେ । ଆୟ ବହିର୍ଭୂତ ସଂପତି ଠୁଳ ସନ୍ଦେହରେ ଭିଜିଲାନ୍ସ ନିତ୍ୟାନନ୍ଦଙ୍କର ତିନୋଟି ଠିକଣାକୁ ତଲାସି କରୁଛି ।