ମଣିପୁରରେ ଗୁଳିକାଣ୍ଡ: ୧୩ ଜଣଙ୍କର ପ୍ରାଣହାନି

: Thirteen people lost their lives

ନୂଆଦିଲ୍ଲୀ: ସୋମବାର ସକାଳ ସାଢେ଼ ୧୦ଟାରେ ମ୍ୟାମାଁର ସୀମାନ୍ତକୁ ଲାଗି ରହିଥିବା ଟେଗ୍ନୋପାଲ ଜିଲ୍ଲାର ଲିଥୁ ଗାଁରେ ଗୋଷ୍ଠୀ କନ୍ଦଳ ବିରାଟ ଆକାର ଧାରଣ କରିଛି । ସଂପୃକ୍ତ ଅଂଚଳରେ ଅଧିକ ସଂଖ୍ୟକ କୁକି ପରିବାର ରୁହନ୍ତି । ଆସାମ ରାଇଫଲ ସୂଚନା ମୁତାବକ, ଲିଥୁ ଗ୍ରାମର କିଛି ଲୋକ ମ୍ୟାମାଁର ଅଭିମୁଖେ ଯାଉଥିବା ଉଗ୍ରବାଦୀଙ୍କ ଉପରକୁ ଗୁଳି ଚଳାଇଥିଲେ । ମୃତକଙ୍କ ପରିଚୟ ଚିହ୍ନଟ ହୋଇପାରିନି ।

ସଂରକ୍ଷଣ ପ୍ରସଙ୍ଗକୁ କେନ୍ଦ୍ର କରି ମେ’ ୩ ତାରିଖରୁ ମଣିପୁରରେ କୁକି ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ହଣାକଟା ଚାଲିଛି । ମଣିପୁର ଜାତିଆଣ ସଂଘର୍ଷରେ ଏ ଯାବତ୍‌ ୨୦୦ ଲୋକ ମରିଛନ୍ତି । ୫୦ ହଜାରରୁ ଅଧିକ ଲୋକ ସରକାରଙ୍କ ଶିବିରରେ ଆଶ୍ରୟ ନେଇଛନ୍ତି ।