ମିଜୋରାମରେ ବାଜି ମାରିଲା ଜେପିଏମ୍‌

୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାର ୨୭ ଆସନକୁ ଦଖଲ କରିଛି ଜୋରମ୍‌ ପିପୁଲ୍ସ ମୁଭମେଂଟ୍‌ (ଜେଡ୍‌ପିଏମ୍‌) । କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରନ୍‌ଟ (ଏମ୍‌ଏନ୍‌ଏଫ୍‌) ମାତ୍ର ୧୦ଟି ଆସନରେ ଜିତିଛି । ବିଜେପିକୁ ଦୁଇଟି ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଛି ।

ମୁଖ୍ୟମନ୍ତ୍ରୀ ଜୋରାମଧଙ୍ଗା ନିର୍ବାଚନରେ ହାରି ଯାଇଛନ୍ତି । ଜେଡ୍‌ ପି ଏମ୍‌ ପ୍ରାର୍ଥୀ ଲଲଥନସଂଗା ତାଙ୍କୁ ୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ।

ଇତିମଧ୍ୟରେ ଜୋରାମଧଙ୍ଗା ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆଗାମୀ ଦୁଇଦିନ ଭିତରେ ଜେଡପିଏମ୍‌ ନେତା ଲାଲଦୁହୋମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ପ୍ରସ୍ତାବ ଦେବେ ।