ବ୍ଲାକ ଫଙ୍ଗସ୍ କୁ ମହାମାରୀ ଘୋଷଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର,(ଏସ୍ ନ୍ୟୁଜ): ସାବଧାନ । ରାଜ୍ୟକୁ ମାଡି ଆସୁଛି ଆଉ ଏକ ବିପଦ । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ଲୋକେ ଡହଳବିକଳ ହେଉଥିବାବେଳେ ପୁଣି ଏକ ରୋଗ ସମସ୍ତଙ୍କୁ ଚକିତ କରିଦେଇଛି । ରାଜ୍ୟରେ ବଢୁଥିବା ବ୍ଲକ୍ ଫଙ୍ଗସ୍ ସଂକ୍ରମଣ ଏବଂ କେନ୍ଦ୍ର ସରକାରଙ୍କ ର୍ନିେଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଜି ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ (ମୁକର୍ମାଇକୋସିସ୍) କୁ ମହାମାରୀ ଘୋଷଣା କରିଛନ୍ତି । ଏହି ସଂପର୍କରେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି । ଯେଉଁଥିରେ କୁହାଯାଇଛି, “ସାବଧାନତାର ସହିତ ବିଚାର କରିବା ପରେ, ସରକାର ମହାମାରୀ ରୋଗ ଅଧିନିୟମ୧୮୯୭(୧୮୯୭ ର ୩) ର ଧାରା -୨ ଅଧୀନରେ ଏକ ମହାମାରୀ ରୋଗ ଭାବରେ ଅନ୍ତର୍ଭୁକ୍ତ କରାଗଲା । ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମୁ୍ୟକର୍ମାଇକୋସିସ୍ କିମ୍ବା ବ୍ଲାକ୍ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗ ବୋଲି ଘୋଷଣା କରିବାକୁ ନିବେଦନ କରିଥିଲା ।
କେନ୍ଦ୍ର ମନ୍ତ୍ରଣାଳୟ ଏହା ମଧ୍ୟ ପରାମର୍ଶ ଦେଇଛି ଯେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ ସୁବିଧା ତଥା ମେଡିକାଲ କଲେଜଗୁଡ଼ିକ ମୁ୍ୟକୋରାଇକୋସିସ୍ ସ୍କ୍ରିନିଂ, ନିରାକରଣ ଏବଂ ପରିଚାଳନା ଉପରେ ଆଇସିଏମ୍ଆର୍ ଦ୍ୱାରା ଜାରି କରାଯାଇଥିବା ନିଦେ୍ର୍ଧଶାବଳୀ ଅନୁସରଣ କରିବା ଉଚିତ୍ ।