ବଜ୍ରାଘାତ ଅନୁସନ୍ଧାନ କେନ୍ଦ୍ର ଓଡିଶାରେ ହେବ

ଭୁବନେଶ୍ୱର,(ଏସ୍ ନ୍ୟୁଜ‌): ଓଡିଶାରେ ବଜ୍ରାଘାତ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡ଼ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦେଶରେ ପ୍ରଥମ ଥର ପାଇଁ ଏଭଳି ଅନୁଷ୍ଠାନର ପରିକଳ୍ପନା କରାଯାଇଛି । ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଆଇଏମଡି, ଆଇଏସଆରଓ, ଡିଆରଡିଓ ସହଯୋଗରେ ଏହି ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ହେବ । ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ବଜ୍ରାଘାତ ସମ୍ବନ୍ଧରେ ଆହୁରି ସଠିକ୍ ତଥ୍ୟ ମିଳିପାରିବ । ତେବେ ସଠିକ୍ ଆକଳନ ଦ୍ୱାରା ଅନେକ ଧନ ଜୀବନ ରକ୍ଷା କରାଯାଇପାରିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି ।