ଉଠିଯିବ ୟୁନିିଟ-୧ ପରିବା ମାର୍କେଟ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜଧାନୀ ଭୁବନେଶ୍ୱରର ଉଠିଯିବ ୟୁନିିଟ-୧ ପରିବା ମାର୍କେଟ । ଏନେଇ ବିଏମସି ଅତିରିକ୍ତ କମିସନର ବିନୟ କୁମାର ଦାସ ସୂୂଚନା ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିିଟ-୧ ପରିବା ମାର୍କେଟ ଭଗବାନପୁରକୁ ସ୍ଥାନାନ୍ତରିତ ହେବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିସନର । ସେ କହିଛନ୍ତି ଯେ ଭଗବାନପୁରରେ ପରିବା ହୋଲସେଲ ମାର୍କେଟ ଲାଗି ଶୀତଳଭଣ୍ଡାର ଠାରୁ ଆରମ୍ଭ କରି ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ । ଏଥିପାଇଁ ସେଠାରେ ୧୦ ଏକର ଜମି ଚିହ୍ନଟ ହୋଇସାରିଛି ।

ସୂଚନାଯୋଗ୍ୟ ଯେ, ସହର ଭିତରେ ଗହଳି କମାଇବା ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ୟୁନିଟ-୧ ହାଟ ସ୍ଥାନାନ୍ତର ପାଇଁଁ ବିଏମସି କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା ।