ସେହୱାଗଙ୍କ ରେକର୍ଡ ଭାଙ୍ଗିଲେ ହିଟ୍‌ ମ୍ୟାନ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗଙ୍କ ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ଦଳର ନୂଆ ଅଧିନାୟକ ହିଟ୍‌ ମ୍ୟାନ ରୋହିତ ଶର୍ମା । ଗତ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚରେ ଦ୍ରୁତତମ ୬୦ ରନ କରିବା ସହ ସେହୱାଗଙ୍କୁ ପଛରେ ପକାଇଛନ୍ତି ରୋହିତ ।

ଭାରତ ପାଇଁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ସବୁଠାରୁ ଅଧିକ ରନ୍‌ କରିବାରେ ରୋହିତ ସେହୱାଗଙ୍କୁ ଟପିଛନ୍ତି । ସେହୱାଗ ଦିନିକିଆରେ ୭୨୪୦ ରନ କରିଥିବା ବେଳେ ରୋହିତ ୭୨୩୮ ରନ କରି ଏହି ଅତିକ୍ରମ କରିଛନ୍ତି । ବର୍ତ୍ତମାନ ସଚିନ ତେନ୍ଦୁଲକର ଓ ଭାରତର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପରେ ତୃତୀୟରେ ରହିଛନ୍ତି ।