ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ହଟ୍ଟଗୋଳ: ପୁଣି ୪ଟା ଯାଏଁ ହେଲା ମୁଲତବି

ଭୁବନେଶ୍ୱର : ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ହଟ୍ଟଗୋଳ ହୋଇଛି । ଗୃହର ମଧ୍ୟଭାଗକୁ ଆସି ଉଭୟ ବିରୋଧୀ ଓ ଶାସକ ଦଳଙ୍କ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍‍ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ।

ବିଧାନସଭାରେ ଶୀତକାଳୀନ ଅଧିବେଶନର ଆଜି ୨ୟ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଚାଲିପାରିନଥିଲା ଗୃହ । ଚାଷୀ ସମସ୍ୟା ନେଇ ବିଧାନସଭାରେ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ସହ ହୋହଲ୍ଲା ହୋଇଥିଲା । ଫସଲ ବୀମା ଯୋଜନା ପ୍ରସଙ୍ଗ ଉଠାଇଲେ ବିରୋଧୀ । ଏମ୍‍ଏସ୍‍ପି ବୃଦ୍ଧି ଦାବିରେ ଶାସକ ଦଳ ମଧ୍ୟ ହୋହଲ୍ଲା କରିଛନ୍ତି । ଫଳରେ ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍‍ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ।