ରାଜ୍ୟରେ ଆଜିଠୁ ବାଘ ଗଣନା

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ରାଜ୍ୟରେ ଆରମ୍ଭ ହୋଇଛି ବାଘ ଗଣନା। ଚଳିତ ବର୍ଷ ୨୦ଟି ମଣ୍ଡଳରେ ବାଘ ଗଣନା କରାଯିବ। ଶିମିଳିପାଳ ଓ ସାତକୋଶିଆ ସହିତ ସୁନାବେଡ଼ା ଅଭୟାରଣ୍ୟକୁ ଏଥିରେ ସାମିଲ କରାଯିବ। ଫଳରେ ରାଜ୍ୟରେ ଅଧିକ ସଂଖ୍ୟକ ବାଘ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ରାଜ୍ୟ ବନ ବିଭାଗ ସହ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ପୂର୍ବରୁ ରାଜ୍ୟର ୧୫ଟି ମଣ୍ଡଳରେ ବାଘ ଗଣନା କରାଯାଉଥିଲାବେଳେ ୨୦୧୪ରୁ ରାଜ୍ୟରେ ବାଘ ସଂଖ୍ୟାରେ ବୃଦ୍ଧି ଦେଖାଯାଇନି। ସେହିବର୍ଷ ରାଜ୍ୟରେ ୨୮ ଟି ବାଘ ଥିବା ଗଣନାରୁ ଜଣାପଡ଼ିଥିଲା।