ଦନ୍ତା ଆକ୍ରମଣ ଶିଶୁ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗରରେ ଦନ୍ତା ଆକ୍ରମଣରେ ଏକ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ତୁୁମୁସିଙ୍ଗା ଥାନା ମହୁଲଡହର ଗାଁର ଋଷି ଜେରେଇ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ଶିଶୁକୁ ଦନ୍ତା ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଶିଶୁର ବାପାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ନୁସାରେ, ରସାନନ୍ଦ, ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ଘର ବାରଣ୍ଡାରେ ଶୋଇଥିବା ବେଳେ ହାତୀଟି ଘର ଭିତରକୁ ପଶି ଶିଶୁକୁ କଚାଡ଼ି ଦେଇଥିଲା ଦନ୍ତା ।

ସେହିପରି ହାତୀଟି ଆଉ ଚାରିଜଣଙ୍କ ଘର ଭାଙ୍ଗି ଦେଇଛି । ଖବର ପାଇ ବନ ବିଭାଗ ପହଞ୍ଚି ହାତୀଟିକୁ ଘଉଡାଇବା ସହ ମୃତ ଶିଶୁର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଅନ୍ୟପଟେ ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।