ଦ୍ୱିତୀୟ ଦିନରେ ଟିକାକରଣ

ଭୁବନେଶ୍ୱର(ଏସ୍ ନ୍ୟୁଜ) :ଆଜିଠୁ ପୁଣି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦ୍ୱିତୀୟ ଦିନରେ ୩୮୦ ସେସନ ମାଧମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧୬୯୮ଟି ସେସନରେ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ପୂର୍ବରୁ ୧୩ ହଜାର ୮୯୦ ଲୋକଙ୍କୁ ଟିକା କରଣ କରାଯାଇଥିଲା । ତେବେ କେଉଁ ଦିନ କେତେ ସେସନରେ ଟିକା କରଣ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇସାରିଛି ।

୧୯ ତାରିଖରେ ୧୯୨ଟି ସେସନ ହେବ

୨୦ ତାରିଖରେ ୯୨ଟି ସେସନ ହେବ

୨୧ ତାରିଖରେ ୪୩୬ଟି ସେସନ ହେବ

୨୨ ତାରିଖରେ ୧୪୧ ଟି ସେସନ ହେବ

୨୩ ତାରିଖରେ ୧୭୮ଟି ସେସନ ହେବ

୨୫ ତାରିଖରେ ୨୭୯ଟି ସେସନ ହେବ

ସେହିପରି ଯେଉଁ ମାନେ ଯେଉଁ ଦିନ ଟିକା ନେଇଛନ୍ତି ତାହାର ୨୮ ଦିନ ପରେ ୨ୟ ଡୋଜ ନେବେ । ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି । ସେହି ସମୟର ଦୁଇ ଦିନ ପୂର୍ବରୁ ତାଙ୍କୁ SMS ଦ୍ବାରା ଜଣାଇ ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।