ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିପଡିଛି ୫ଟି ବଗି

କୋରାପୁଟ: ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଏହି ପାସେଞ୍ଜର ଟ୍ରେନର ୫ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍‌ ବିଶାଖାପାଟଣା ଠାରୁ କିରୁଣ୍ଡଲ ଯାଉଥିବା ସମୟରେ ଲାଇନଚ୍ୟୁତ ହୋଇଛି । ହେଲେ ଲାଇନଚ୍ୟୁତ ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ ।